ପଡୋଶୀ ରାଷ୍ଟ୍ର ବାଂଲାଦେଶ ରେ ଚାଲିଥିବା ହିଂସା ଓ ଅରାଜକତା ଚରମ ସୀମାରେ ପହଞ୍ଚିଛି । ଲୋକତାନ୍ତ୍ରିକ ପଦ୍ଧତିରେ ନିର୍ବାଚିତ ପ୍ରଧାନମନ୍ତ୍ରୀ ପଦତ୍ୟାଗ ଓ ଦେଶତ୍ୟାଗ କରିବା ପାଇଁ ବାଧ୍ୟ ହୋଇଛନ୍ତି । ସେଠାରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଧ୍ବସ୍ତ ବିଧ୍ୱସ୍ତ ହୋଇପଡିବା ସହ ଅରାଜକତା ସୃଷ୍ଟିକାରୀ ଜେହାଦୀ ମାନେ ଉଦ୍ଦେଶ୍ୟ ମୂଳକ ଭାବରେ ହିନ୍ଦୁ ସମାଜ ଉପରେ ବର୍ବରୋଚିତ ଆକ୍ରମଣ ଆରମ୍ଭ କରିଦେଇଛନ୍ତି। ବାଂଲାଦେଶରେ ଅତୀତ ଦିନମାନଙ୍କରେ ମଧ୍ୟ ସଂଖ୍ୟା ଲଘୁ ହିନ୍ଦୁମାନଙ୍କ ଉପରେ ଏଭଳି ବର୍ବରୋଚିତ ଆକ୍ରମଣ ଯେମିତି କି ବ୍ୟବସାୟିକ ପ୍ରତିଷ୍ଠାନ, ଧାର୍ମିକପୀଠ ଏବଂ ବାସଗୃହ ଉପରେ ଆତଙ୍କିତ ଆକ୍ରମଣ ଦ୍ବାରା ନଷ୍ଟ କରିଦିଆ ଯାଇଛି । ଏହି ପ୍ରକାର ଘୃଣ୍ୟ କାର୍ଯ୍ୟ ବାଂଲାଦେଶର ବିଭିନ୍ନ ଜିଲ୍ଲାରେ ଘଟୁଛି ।
ନିରନ୍ତର ଏହି ପ୍ରକାର ଘଟଣା ଏବଂ ବାରମ୍ବାର ଦଙ୍ଗା ଯୋଗୁ ଭାରତରୁ ବାଂଲାଦେଶ ବିଭାଜନ ସମୟରେ ହିନ୍ଦୁ ୩୨%ଥିଲେ ଏବେ ତାହା ୮% ରୁ କମ ହୋଇଯାଇ ଜେହାଦୀ ମାନଙ୍କର ଶିକାର ହୋଇଚାଲିଛନ୍ତି। ବାଂଲାଦେଶରେ ଥିବା ଅଳ୍ପ ସଂଖ୍ୟକ ହିନ୍ଦୁ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇଯାଇଛି। ଏହା ଅତ୍ୟନ୍ତ ଚିନ୍ତା ଜନକ ବିଷୟ, ବାଂଲାଦେଶରେ ସଂଖ୍ୟାଲଘୁ ସମ୍ପ୍ରଦାୟର ସୁରକ୍ଷା ଏବଂ ସେମାନଙ୍କର ମାନବିକ ଅଧିକାର ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ବିଶ୍ବସମୂଦାୟଙ୍କ ଦାୟିତ୍ଵ ଅଟେ । ଏହି ପରିସ୍ଥିତିରେ ଭାରତ ନିଶ୍ଚିତଭାବରେ ଆଖୁବୁଜି ରହିବ ନାହିଁ । ଭାରତ ସଦାସର୍ବଦା ଉପୀଡ଼ିତ ଓ ବିସ୍ଥାପିତ ମାନଙ୍କୁ ସର୍ବଦା ସହାୟତା କରି ଆସିଛି ।
ଭାରତ ସରକାରଙ୍କୁ ଆଗ୍ରହ କରାଯାଉଛି ବାଂଲାଦେଶରେ ଥିବା ଅଳ୍ପ ସଂଖ୍ୟକ ହିନ୍ଦୁଙ୍କ ସୁରକ୍ଷା ପାଇଁ ଯଥା ସମ୍ଭବ ପଦକ୍ଷେପ ନିଅନ୍ତୁ । ଏହି ବିକଟ ପରିସ୍ଥିତିର ଲାଭ ଉଠାଇ ଜେହାଦୀ ବିପୁଳ ପରିମାଣରେ ଭାରତକୁ ଅନୁପ୍ରବେଶର ସମ୍ଭାବନା ଅଛି । ଏଥିପ୍ରତି ସତର୍କ ରହିବା ଆବଶ୍ୟକ। ସୀମାରେ ଥିବା ସେନାବାହିନୀ ରହିବା ସହ ଅତିକ୍ରମଣ କୁ ସମ୍ପୂର୍ଣ୍ଣ ରୋକିବା ଆବଶ୍ୟକ।
ବାଂଲାଦେଶରେ ଗତ କିଛି ଦିନ ଧରି ରାଜନୈତିକ ଅସ୍ଥିରତା ଲାଗି ରହିଛି। ସରକାର ବିରୋଧୀ ଆନ୍ଦୋଳନ ହିଂସାତ୍ମକ ରୂପ ନେଇ ଦେଶରେ ବିଭୀଷିକା ବଢ଼ିବାରେ ଲାଗିଛି। ଏହି ସୁଯୋଗର ଫାଇଦା ନେଇ କିଛି କଟ୍ଟରପନ୍ଥୀ ମୁସଲିମ ସଂଗଠନ ସେଠାରେ ସଂଖ୍ୟା ଲଘୁ ହିନ୍ଦୁମାନଙ୍କ ଉପରେ ବର୍ବର ଆକ୍ରମଣ ଓ ଅକଥନୀୟ ଅତ୍ୟାଚାର କରିବାରେ ଲାଗିଛନ୍ତି। କେଉଁଠି ଘର ପୋଡ଼ା ଯାଉଛି ତ କେଉଁଠି ହିନ୍ଦୁ ଲୋକଙ୍କୁ ଜୀବନ୍ତ ଜଳାଇ ଦିଆଯାଉଛି। କେଉଁଠି ମନ୍ଦିର ପୋଡ଼ି ଦେବାଦେବୀଙ୍କୁ ଜଳେଇ ଦିଆଯାଉଛି ତ କେଉଁଠି ହିନ୍ଦୁ ଝିଅ ବୋହୂଙ୍କୁ ଗଣ ବଳାତ୍କାର କରାଯାଉଛି।
ଗଣମାଧ୍ୟମରେ ଏହି ସବୁ ଲୋମ ହର୍ଷଣକାରୀ ଦୃଶ୍ୟ ଇତିହାସକୁ ପୁଣି ଥରେ ପୁନର୍ଜୀବିତ କରିଛି। ବିଭାଜନ ସମୟରେ ହେଉ କିମ୍ବା ମୁସଲିମ ଦେଶରେ ଅତୀତରେ ହିନ୍ଦୁମାନଙ୍କ ଉପରେ ହୋଇଥିବା ଅକଥନୀୟ ଅତ୍ୟାଚାରର ଜ୍ୱଳନ୍ତ ଉଦାହରଣ ପାଲଟିଯାଇଛି ବାଂଲାଦେଶ ଘଟଣା। କିନ୍ତୁ ତଥାକଥିତ ବୁଦ୍ଧିଜୀବୀ ଠାରୁ ଆରମ୍ଭ କରି ଅନ୍ତର୍ଜାତୀୟ ଗଣମାଧ୍ୟମ ସମସ୍ତେ ଚୁପ୍।