ସମାଜ ପ୍ରତି ଯୁବପିଢୀଙ୍କ କର୍ତ୍ତବ୍ୟ

ସମାଜ ପ୍ରତି ଯୁବପିଢୀଙ୍କ କର୍ତ୍ତବ୍ୟ

ମାଳମାଳ କଳା ମେଘ ଆକାଶ କୁ ବନ୍ଦୀ କଲା ବେଳେ ସୂର୍ଯ୍ୟଙ୍କ ଆବିର୍ଭାବ ପାଲଟେ ଆଶା ଓ ସ୍ୱପ୍ନର ବିକଶିତ ସ୍ୱର। ଠିକ୍ ସେହି  ପରି ସଂସାର ବିନାଶ ଆଡ଼କୁ ଢ଼ଳିପଡୁଥିବା ବେଳେ ଯୁବଶକ୍ତି ବିକାଶ କୋଣାର୍କ ର ମୁଖଶାଳା , ପରନ୍ତୁ ଅଧୁନା ଉଗ୍ର ଆଧୁନିକତାର ରଙ୍ଗରେ ଯୁବ ସମାଜ କବଳିତ ହୋଇ ଧ୍ଵଂସ ମୁଖକୁ ଗତି କରୁଥିବାର ଲକ୍ଷ୍ୟ କରା ଯାଏ।

ଯେଁଉ ପବିତ୍ର ଭୂଖଣ୍ଡ ରେ ଭୂମିଷ୍ଠ ହୋଇଥିଲେ ମହାପୁରୁଷ ବିବେକାନନ୍ଦ, ଚନ୍ଦ୍ରଶେଖର ଆଜାଦ୍,ଗୌତମ ବୁଦ୍ଧ, ମହାବୀର ଜୈନ, ନେତାଜୀ ସୁବାଷ ବୋଷ,ସେଠି ଆଜି ସେମାନଙ୍କ ଶୁନ୍ୟତା ସର୍ବତ୍ର ଅନୁଭୂତ। ଅବକ୍ଷୟମୁଖି ସମାଜକୁ ଶୁଦ୍ଧ, ସୁସଂସ୍କୃତ, ସୁବ୍ୟବସ୍ଥିତ କରିବା ପାଇଁ “ଧର୍ମ ରକ୍ଷକ” ର ପ୍ରତିଷ୍ଠାତା ତଥା ସମସ୍ତ କର୍ମକର୍ତ୍ତା, ଶୁଭେଚ୍ଛୁ ମାନଙ୍କର ପ୍ରଚେଷ୍ଟା ନିଶ୍ଚୟ ସ୍ବାଗତଯୋଗ୍ୟ, ପ୍ରଶଂସନୀୟ।

ସନାତନ ଧର୍ମ ସେବାର ପ୍ରତୀକ, ଧନ-କାପର୍ଣ୍ୟ-ସେବା ମାଧ୍ୟମରେ ଯଶସ୍ଵି, ସତୀର୍ଥ ହୋଇଉଠେ । “ଧର୍ମ” ସାମାଜିକ ଜୀବନ ଧାରାର ଅନ୍ତଃସଲୀଳା ମନ୍ଧାକିନି, ଧର୍ମ ରକ୍ଷକ ଉଚ୍ଚ ମାନବୀୟ ମୂଲ୍ୟବୋଧର ସନ୍ଦେଶ ପ୍ରଦାନ ସହିତ ସମାଜକୁ ସ୍ଵୀୟ ଆଲୋକ ରେ ଉଦଭାସିତ କରିବ ଏଥିରେ ତିଳେ ମାତ୍ର ସନ୍ଦେହ ର ଅବକାଶ ନାହିଁ। ଏହା ସମାଜ କୁ ଦିଗଦର୍ଶନ ଦେବା ରେ ଏକ ଆନ୍ଦୋଳନ।

ଯୁବଶକ୍ତି ଙ୍କ ସ୍ପର୍ଶ ରେ ଯୁଗେ ଯୁଗେ ଲେଖାହୁଏ ପ୍ରଗତିର ସ୍ୱର୍ଣିମ ଇତିହାସ। ସେ ଶକ୍ତି ର ଔଜଲ୍ୟରେ ତାମସା ଜର୍ଜର ସଂସାର ଆଲୋକିତ ହୁଏ। ହେ ଯୁବସମାଜ ତୁମେ ଲୁହ ଓ ଦୋହର ଦିପଶିଖା। ତୁମ ପ୍ରଚେଷ୍ଟାରେ ସଂସାରର ଧର୍ମ ରକ୍ଷା ହେଉ, ସେବାଭାବ ଜାଗ୍ରତ ହେଉ,ତୁମ ପୂର୍ଣ୍ଣ ସମର୍ପଣରେ ଧର୍ମ ରକ୍ଷକ ନିଜ ପାଇଁ ସୃଷ୍ଟି କରୁ ସ୍ଵତନ୍ତ୍ର ପରିଚୟ। ଏହାର ଅମୃତ ପ୍ଲାବନ ରେ ହିଂସା,ଦ୍ୱେଷ, ଈର୍ଷା ଭାବ ର ପରିସମାପ୍ତି ହେଉ,ସାରା ଜଗତ ତଥା ଆମ ଉତ୍କଳ ଭୂମି ସ୍ବର୍ଗରେ ପରିଣତ ହେଉ।

ଏତିକି ଶୁଭକାମନା,ପ୍ରାର୍ଥନା ସହ

*ରଶ୍ମୀ ରଞ୍ଜନ ଦାସ*

( ଯୁବ ସମାଜ ସେବୀ, କେନ୍ଦ୍ରାପଡ଼ା )

ରଶ୍ମୀ ରଞ୍ଜନ ଦାସ

Leave a Comment

Your email address will not be published. Required fields are marked *